ଦେବେନ୍ଦ୍ର ଫଡନାଭିସଙ୍କୁ କାହିଁକି କରାଗଲା ଉପମୁଖ୍ୟମନ୍ତ୍ରୀ? କାରଣ କହିଲେ ଅମିତ ଶାହ
Advertisement
trendingNow11239709

ଦେବେନ୍ଦ୍ର ଫଡନାଭିସଙ୍କୁ କାହିଁକି କରାଗଲା ଉପମୁଖ୍ୟମନ୍ତ୍ରୀ? କାରଣ କହିଲେ ଅମିତ ଶାହ

Maharashtra Political: ଅମିତ ଶାହାଙ୍କ ଟ୍ୱିଟକୁ ଜବାବ ଦେଇ ଦେବେନ୍ଦ୍ର ଫଡନାଭିସ୍ ଲେଖିଛନ୍ତି ଯେ, ଜଣେ ସଚ୍ଚୋଟ କର୍ମୀ ଭାବରେ ମୁଁ ଦଳର ଆଦେଶ ପାଳନ କରୁଛି । ଯେଉଁ ଦଳ ମୋତେ ସର୍ବୋଚ୍ଚ ପଦରେ ପହଞ୍ଚାଇଛି, ତାହାର ଆଦେଶ ମୋ ପାଇଁ ସର୍ବୋପରି ।

ଦେବେନ୍ଦ୍ର ଫଡନାଭିସଙ୍କୁ କାହିଁକି କରାଗଲା ଉପମୁଖ୍ୟମନ୍ତ୍ରୀ? କାରଣ କହିଲେ ଅମିତ ଶାହ

ନୂଆଦିଲ୍ଲୀ: Maharashtra Political: ଏକନାଥ ସିନ୍ଦେ (Eknath Shinde) ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ ଭବନରେ ରାଜ୍ୟର ୨୦ତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ଭଗତ ସିଂ କୋଶୟାରୀ (Bhagat Singh Koshyari) ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି  । ଏଥି ସହ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (Devendra Fadnavis) ଙ୍କୁ ସରକାରରେ ଉପମୁଖ୍ୟମନ୍ତ୍ରୀ କରାଯାଇଛି । ଯଦିଓ ଦେବେନ୍ଦ୍ର ଫଡନାଭିସ୍ ନିଜେ କହିଥିଲେ ଯେ, ସେ ସରକାରରେ ଯୋଗଦେବେ ନାହିଁ, କିନ୍ତୁ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଫଡନାଭିସ୍ ସରକାରରେ ଯୋଗଦେବା ଉଚିତ୍ ।

ଏହା ସହ ଗତ କିଛି ଦିନ ହେବ ରାଜ୍ୟରେ ଚାଲୁଥିବା ରାଜନୈତିକ ଅସ୍ଥିରତା ମଧ୍ୟ ଶେଷ ହୋଇଛି । ତେବେ ଉଭୟ ନେତାଙ୍କ ସହ କେହି ଶପଥ ଗ୍ରହଣ କରିନାହାଁନ୍ତି । ଏଥି ସହିତ ମହାରାଷ୍ଟ୍ରରେ ନୂତନ ସରକାର ଗଠନକୁ ନେଇ ଜେପି ନଡ୍ଡା ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏକନାଥ ସିନ୍ଦେ ଜୀ ଓ ଦେବେନ୍ଦ୍ର ଫଡନାଭିସ୍ ଜୀଙ୍କୁ ଅଭିନନ୍ଦନ । ଆଜି ଏହା ପ୍ରମାଣିତ ହୋଇଛି ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପିର ଇଚ୍ଛା କେବେ ନଥିଲା । ୨୦୧୯ ନିର୍ବାଚନରେ ​​ସ୍ୱଚ୍ଛ ଜନାଦେଶ ନରେନ୍ଦ୍ର ମୋଦି ଜୀ ଓ ଦେବେନ୍ଦ୍ର ଜୀଙ୍କୁ ମିଳିଥିଲା । ଉଦ୍ଧବ ଠାକରେ ସିଏମ ପଦର ଲୋଭରେ ଆମକୁ ଛାଡି ବିରୋଧୀ ଦଳ ସହ ସରକାର ଗଠନ କରିଥିଲେ ।

ସେପଟେ ଗୃହ ମନ୍ତ୍ରୀ ଅମିତ ଶାହ (Amit Shah) ଟ୍ୱିଟ୍ କରି କହିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ଦେବେନ୍ଦ୍ର ଫଡନାଭିସ୍ ବଡ଼ ହୃଦୟ ଦେଖାଇଛନ୍ତି ଓ ମହାରାଷ୍ଟ୍ର ରାଜ୍ୟ ଏବଂ ଲୋକଙ୍କ ସ୍ୱାର୍ଥରେ ସରକାରରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ମହାରାଷ୍ଟ୍ର ପ୍ରତି ତାଙ୍କର ପ୍ରକୃତ ବିଶ୍ୱସ୍ତତା ଓ ସେବାର ସଙ୍କେତ ଅଟେ । ଏଥିପାଇଁ ମୁଁ ତାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।

ଏଥି ସହିତ ଅମିତ ଶାହାଙ୍କ ଟ୍ୱିଟକୁ ଜବାବ ଦେଇ ଦେବେନ୍ଦ୍ର ଫଡନାଭିସ୍ ଲେଖିଛନ୍ତି ଯେ, ଜଣେ ସଚ୍ଚୋଟ କର୍ମୀ ଭାବରେ ମୁଁ ଦଳର ଆଦେଶ ପାଳନ କରୁଛି । ଯେଉଁ ଦଳ ମୋତେ ସର୍ବୋଚ୍ଚ ପଦରେ ପହଞ୍ଚାଇଛି, ତାହାର ଆଦେଶ ମୋ ପାଇଁ ସର୍ବୋପରି ।

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୧୫ ପ୍ରାର୍ଥୀ କରିଥିଲେ ନାମାଙ୍କନ ପତ୍ର ଦାଖଲ, କେବଳ ୨ ଜଣ ହିଁ ହେଲେ ଯୋଗ୍ୟ; ଜାଣନ୍ତୁ ଏହାର କାରଣ

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ସଞ୍ଜୟ ରାଉତଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେ ସମେତ ୧୬ ବିଦ୍ରୋହୀ ବିଧାୟକଙ୍କ ବଢ଼ିବ ଅସୁବିଧା? ପୁଣି ସୁପ୍ରିମକୋର୍ଟ ପହଞ୍ଚିଲା ଶିବସେନା

ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଟ୍ୱିଟ୍ କରି ଉଭୟ ଏକନାଥ ସିନ୍ଦେ ଓ ଫଡନାଭିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶିବସେନା ସାଂସଦ (Shiv Sena MP) ସଞ୍ଜୟ ରାଉତ ( Sanjay Raut) ମଧ୍ୟ ନୂତନ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାର ଗୋଟିଏ ଦିନ ପରେ ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟି (BJP) ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମୁଁ ଶିନ୍ଦେଙ୍କୁ ଶିବ ସୈନିକ ବୋଲି ଭାବୁ ନାହିଁ ଓ ବିଜେପି ଶିବ ସୈନିକଙ୍କୁ ମୁଖ୍ୟମନ୍ତ୍ରୀ କରିନାହାଁନ୍ତି । ଏହା ସହିତ ସେ ଅଭିଯୋଗ କରିଛନ୍ତି ଯେ ଶିବସେନାକୁ ଭାଙ୍ଗିବା ପାଇଁ ଯୋଜନା ଥିଲା ।

Trending news